Kahani Nuhe mo Anubhuti- କାହାଣୀ ନୁହେଁ ମୋ ଅନୁଭୂତି by Krupasindhu Muduli
କାହାଣୀ ନୁହେଁ ମୋ ଅନୁଭୂତି ! by KRupasindhu MUduli
ସମସ୍ତେ କହନ୍ତି ଭୁତ ପ୍ରେତ କିଛି ନାହାନ୍ତି । କିଛି ଲୋକ ବିସ୍ଵାସ କରନ୍ତିନି ମଧ୍ୟ ଆଉ ମୁଁ ବି ବିଶ୍ବାସ କରୁନଥିଲି । କିନ୍ତୁ ଗୋଟେ ମୋର୍ ଅନୁଭୁତି କହୁଛି ଧ୍ୟାନ ଦେବେ । ମୁଁ ଆଉ ମୋ ସାଙ୍ଗ ମାନେ ନିଜ ନିଜ ବାଇକ୍ ରେ ପୁରୀ ଜାଇଥିଲୁ ପୁରି ଦିନ ଜାକ ରହି ରାତିରେ ଫେରିଥିଲୁ । କିଛି ସାଙ୍ଗ ମଦ୍ୟପାନ କରି ପଛରେ ଫେରିବେ ବୋଲି କହିଥିଲେ ଆଉ ସେମାନେ ରହିଥିଲେ । ମୁଁ ଆଉ ମୋ ସାଙ୍ଗ ସୁରଜ ଓ ରାକୁନ ଦୁଇ ବାଇକରେ ଆସିଲୁ । ମୋ ବାଇକ ପଛରେ ଅବଢା ବ୍ୟାଗରେ ବନ୍ଧା ହୋଇଥାଏ । ସୁରଜର ବାଇକରେ ରାକୁନ ବସିଥାଏ । ରାସ୍ତା ଫାଙ୍କା ଥିବାରୁ ଗାଡି ୭୦-୮୦ ସ୍ପିଡରେ ଚାଲିଥିଲା । ରାତି ୧୨ଟା ପାଖା ପାଖି ହୋଇଥିବ କିଛି ବାଟ ପୁରୀ ରୁ ଆସିଲା ପରେ ହଠାତ ମୋ ଗାଡିର ୧୦ ମିଟର ଦୁର ଆଗରେ ଗୋଟେ ନଗ୍ନ ମହିଳା ଛିଡା ହୋଇଗଲା କିଛି ସେକେଣ୍ଡ ପାଇଁ ମୁ କିଛି ବି ବୁଝି ପାରିଲିନି ଆଉ ସଡନ ବ୍ରେକ ମାରିଥିଲି ।ମୋ ସହିତ ସୁରଜବି ବ୍ରେକ ମାରିଥିଲା । ୨୦ ମିଟର୍ ଦୁରରେ ଗାଡି ରହିଥିଲା କିନ୍ତୁ ମୁଁ ବିଶ୍ବାସ କରିପାରିଲିନି ଯେ ଏକ ନିଶ୍ଚିତ ଦୁଃର୍ଘଟଣା ରୁ ମୁଁ କେମିତି ବଞ୍ଚିଲି ଏହା ଭାବି ପଛକୁ ଚାହିଁଲା ବେଳାକୁ କେହି ନଥିଲେ । ୧୦୦ ମିଟର ଆମ ପଛରେ ଏକ ପୋଲିସ ଭ୍ୟାନ ଆସୁଥିଲା ସେ ଗାଡି ଲାଇଟରେ ରସ୍ତା ପରିସ୍କାର ଦେଖା ଜାଉଥିଲା କେହି ନଥିଲେ ସେଠାରେ । ଏହି ଦୃଶ୍ୟ କେବଳ ମୁଁ ନୁହେଁ ମୋ ସହିତ ସାଙ୍ଗ ସୁରଜ ମଧ୍ୟ ଦେଖିଥିଲା ।
